• About
  • Contact
Sunday, June 28, 2026
Sunday, June 28, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ଓଡ଼ିଶାରେ ବନ୍ୟା ପିକନିକ୍

ଓଡ଼ିଶାରେ ବନ୍ୟା ପିକନିକ୍
Share on FacebookShare on Xshare on Whatsappshare on Linkedin

ବ୍ୟୁରୋ ରିପୋର୍ଟ ,ନିର୍ଭୀକ, ୧୯ ଅଗଷ୍ଟ

ବରିଷ୍ଠ ସାମ୍ବାଦିକ ପି. ସାଇନାଥଙ୍କର ଏକ ପୁରସ୍କାର ପ୍ରାପ୍ତ ପୁସ୍ତକର ନାଁ ଥିଲା “Every body loves a good Drought” । ଠିକ୍ ସେହିପରି ବର୍ତ୍ତମାନ ଓଡ଼ିଶାରେ ଚାଲିଛି ବନ୍ୟା ପିକନିକ୍ । ସ୍ମାର୍ଟସିଟି ଉପକଣ୍ଠରେ ଥିବା ସୁନ୍ଦରପଦା ଠାରୁ କଟକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଆଦି ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନାହିଁ ନଥିବା ଭିଡ଼ । ମନ୍ତ୍ରୀ, ବିଧାୟକ, ଅଫିସରଙ୍କ ଠାରୁ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲର ପ୍ରତିନିଧିମାନେ ବନ୍ୟା ମହୋତ୍ସବରେ ମାତି ଯାଇଛନ୍ତି । ତା ସାଙ୍ଗକୁ ଟିଭି ଖୋଲିଲେ କେବଳ ୨୪ଘଣ୍ଟିଆ ଧାରା ବିବରଣୀ ବା Nonstop କଭରେଜ୍ ଦେଖିବାକୁ ମିଳୁଛି । ଯାହା ଭିତରେ ସମସ୍ତେ ଭୁଲି ଯାଇଛନ୍ତି ବନ୍ୟା ଦୁର୍ଗତଙ୍କ ଦୁଃଖ ଓ ବନ୍ୟା ବାରମ୍ବାର ହେଉଥିଲେ ମଧ୍ୟ ତାର ମୁକାବିଲାରେ ହୋଇଥିବା ତ୍ରୁଟି ବିଚ୍ୟୁତିକୁ । ଏଭଳି ସମୟରେ ରାଜ୍ୟର ଜଳ ସଂପଦ ମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଆଉ ତା ବଦଳରେ ଘଣ୍ଟାକୁ ଘଣ୍ଟା ଟିଭିରେ ମୁହଁ ଦେଖାଉଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ବୟାନ ପରେ ବୟାନ ଜାରି କରୁଛନ୍ତି । ହୀରାକୁଦର କେତେ ଗେଟ୍ ଖୋଲିଲା ଓ କେତେ ବନ୍ଦ ହେଲା ଏବଂ କେଉଁ କେଉଁ ସ୍ଥାନକୁ ଅଫିସରଙ୍କୁ ପଠାଗଲା ଓ ରିଲିଫ୍ ସାମଗ୍ରୀ ପଠାଗଲା ଇତ୍ୟାଦି ଇତ୍ୟାଦି । ଶାସକ ଦଳର ନେତା ଓ ଅମଲା ମାନେ ଆକାଶ ମାର୍ଗରୁ ପରିଦର୍ଶନ କରୁଥିବା ବେଳେ ବିରୋଧୀ ଦଳର ନେତା ମାନେ ସଡ଼କ ପଥରେ ଲୋକଙ୍କ ପାଖରେ ପହଞ୍ଚିବାର ପ୍ରୟାସ କରିଛନ୍ତି । ଖାଲି ପହଞ୍ଚୁଛନ୍ତି ତା ନୁହେଁ, ଚେଲା ଚାମୁଣ୍ଡାଙ୍କୁ ଧରି କିଏ ସରକାରଙ୍କ ସହାୟତାର ପ୍ରଚାର କରୁଛନ୍ତି ଆଉ କିଏ କେନ୍ଦ୍ରକୁ ରିପୋର୍ଟ ଦେଇ ଟଙ୍କା ଆସିବ କହି ଆଶ୍ୱାସନା ବାଣ୍ଟୁଛନ୍ତି । କାହିଁକି ବନ୍ୟାର ସ୍ଥାୟୀ ପ୍ରତିକାର ହୋଇ ପାରୁନାହିଁ ଏ ନେଇ କେହିବି କିଛି କହୁନାହାନ୍ତି । ବିଭାଗୀୟ ମନ୍ତ୍ରୀ ନିରବ, ସଚିବ କେବଳ ସୂଚନା ଦେବାରେ ବ୍ୟସ୍ତ ଓ ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଏ ନେଇ ପ୍ରଶ୍ନ ବି ପଚାରୁ ନାହିଁ । ଓଡ଼ିଶାର ଗଣମାଧ୍ୟମ ବି ବନ୍ୟା ମହୋତ୍ସବରେ ବିଭୋର ହୋଇ ପଡିଛନ୍ତି । ବିଶେଷ କରି ନ୍ୟୁଜ୍ ଚ୍ୟାନେଲ ମାନେ ପ୍ରତିନିଧିଙ୍କୁ ପଠାଇ ବନ୍ୟାସ୍ଥଳୀରୁ ତ ଆଉକିଏ ନଦୀପଠାରୁ ୨୪ ଘଣ୍ଟିଆ Live କରିବାରେ ବ୍ୟସ୍ତ । ଆଉ କିଛି ନ୍ୟୂଜ୍ ଚ୍ୟାନେଲ ସଂପାଦକ ମାନେ ରାତି ୧୦ ବାଜିଲେ ବନ୍ୟା ବିଭୀଷିକା ଦୃଶ୍ୟ ଓ ଲୋକଙ୍କ ଦୁର୍ଗତି ଦେଖାଇ TRP ଗୋଟାଇବାରେ ବ୍ୟସ୍ତ । କେହିବି ଜଣେ ସାମ୍ବାଦିକ ମଧ୍ୟ ସରକାରଙ୍କୁ ବନ୍ୟାର ପ୍ରତିକାର ଓ କୁତ୍ରିମ ବନ୍ୟାକୁ କାହିଁକି ରୋକାଯାଇ ପାରୁନି ସେ ନେଇ ପ୍ରଶ୍ନଟିଏ ବି ପଚାରୁ ନାହାନ୍ତି ।

ଶାସକ ଦଳର ନେତାମାନେ ରିଲିଫ ବାଣ୍ଟିବାର ଶ୍ରେୟ ନେଉଛନ୍ତି ଆଉ ବିରୋଧୀମାନେ ବନ୍ୟାଞ୍ଚଳରେ ପହଞ୍ଚି ସୋସିଆଲ ମିଡିଆରେ ଫଟୋ Upload ରେ ଲାଗିପଡ଼ିଛନ୍ତି । କାହିଁକି ଓଡ଼ିଶାବାସୀ ବାରମ୍ବାର ବନ୍ୟାର ସମ୍ମୁଖୀନ ହେଉଛନ୍ତି ? ହୀରାକୁଦ ବନ୍ଧ ଜଳ ପରିଚାଳନାକୁ ଠିକଣା ଭାବେ ବର୍ଷାଋତୁ ବେଳେ କରାଯାଇ ପାରୁନି କାହିଁକି? ଓଡ଼ିଶା ସରକାର ଏ ବାବଦରେ ପଡୋଶୀ ରାଜ୍ୟ ଛତିଶଗଡ ସହ କେତେଥର ଆଲୋଚନା କରିଛନ୍ତି? ଭୁବନେଶ୍ୱର ଭଳି ସ୍ମାର୍ଟସିଟିର କୁତ୍ରିମ ବନ୍ୟାର କାରଣ କଣ ଏହା ଜାଣିବାର ଅଧିକାର ଲୋକଙ୍କର ନାହିଁକି? ୨୦ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବା ସରକାର ଏହାର ଉତ୍ତର ଦେବା ଉଚିତ ନୁହେଁ କି? ବିରୋଧୀ ବିଜେପି ଓ କଂଗ୍ରେସ ଏ ନେଇ ସରକାରଙ୍କୁ ପ୍ରଶ୍ନ ପଚାରିବା କଣ ଯୁକ୍ତି ସଂଗତ ନୁହେଁ? ସର୍ବୋପରି ଓଡ଼ିଶାର ଗଣମାଧ୍ୟମ ମଧ୍ୟ ଏହି ପ୍ରଶ୍ନ ଗୁଡିକ ସରକାରର ମନ୍ତ୍ରୀ ଓ ସଚିବ ମାନଙ୍କୁ ପଚାରିବା ଉଚିତ୍ ନୁହେଁକି? ବାରମ୍ବାର ଓଡ଼ିଶାବାସୀ ବନ୍ୟାର କଷ୍ଟ ଭୋଗୁଥିବା ବେଳେ ଯଦି ସରକାରୀ ଦଳ ଲୋକଙ୍କୁ ରିଲିଫ ପ୍ରଦାନ କରି ଗର୍ବ ଅନୁଭବ କରେ, ନେତା ମନ୍ତ୍ରୀ, ଅଫିସର ମାନେ ବନ୍ୟା ଅଞ୍ଚଳରେ ଭିଡ଼ ଜମାଇ ଏହି ସମୟକୁ ଉପଭୋଗ କରନ୍ତି ଏବଂ ପ୍ରଶ୍ନ ପଚାରିବାର ଦାୟିତ୍ୱକୁ ଗଣମାଧ୍ୟମ ଭୁଲିଯାଇ ବନ୍ୟା ଚିତ୍ର ଦେଖାଇ ଏହାକୁ ନିଜର ଏକ ଵ୍ୟଵସାୟରେ ପରିଣତ କରେ ତାହା ହେଲେ ବାରମ୍ବାର ବନ୍ୟା ଆସୁଥିବା ଓଡ଼ିଶାରେ ଏହାକୁ ଏକ ମହୋତ୍ସବ ବା ବନ୍ୟାଞ୍ଚଳ ଗୁଡିକୁ ପିକନିକ୍ ସ୍ପଟ କହିବାରେ ଅସୁବିଧା କେଉଁଠି? ତେବେ ବରିଷ୍ଠ ସାମ୍ବାଦିକ ପି. ସାଇନାଥଙ୍କର ପୁସ୍ତକ ଭଳି ଓଡ଼ିଶାର ସରକାର, ବିରୋଧୀଦଳ ଓ ମିଡ଼ିଆ ବନ୍ୟାକୁ ଭଲ ପାଉନାହାଁନ୍ତି ତ ?

Nirvik Bureau

Nirvik Bureau

Related Posts

ଅସୁରକ୍ଷିତ ଲୋକସେବା ଭବନ ?
Politics

ଅସୁରକ୍ଷିତ ଲୋକସେବା ଭବନ ?

by Nirvik Bureau
June 16, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୬ଜୁନ୍ ୨୦୨୬ ଓଡିଶାର ପ୍ରଶାସନିକ ଇତିହାସରେ ଏକ ନୂଆ ଘଟଣା ଏବେ ସାମ୍ନାକୁ ଆସିଛି। ରାଜ୍ୟର ସବୁଠାରୁ ସୁରକ୍ଷିତ ଓ ଶୀର୍ଷସ୍ଥାନ କୁହାଯାଉଥିବା...

Read more
ଗେରୁଆ ମଠର ହାଲଚାଲ…

ଗେରୁଆ ମଠର ହାଲଚାଲ…

June 5, 2026
ହେ ସନ୍ୟାସୀ ତୁମେ ଫେରିଆସ …

ହେ ସନ୍ୟାସୀ ତୁମେ ଫେରିଆସ …

May 20, 2026
ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

ବାଲିଅନ୍ତାର ଭିଡ଼ ହିଂସା : ଦାୟୀ କିଏ ?

May 13, 2026
ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

ଡିଜିଟାଲ ଇଣ୍ଡିଆ, ଡବଲ ଇଞ୍ଜିନ ସରକାର ଓ ମରିଯାଇଥିବା ମାନବିକତା…

May 1, 2026
ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ :  ଦାୟୀ କିଏ ?

ପୋଲିସ ବିଫଳ, ଗୃହ ବିଭାଗ ନିଷ୍କ୍ରିୟ : ଦାୟୀ କିଏ ?

April 27, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.