• About
  • Contact
Thursday, October 15, 2026
Thursday, October 15, 2026
The Nirvik
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
The Nirvik
No Result
View All Result
Home Politics

ସରକାର ଭଙ୍ଗା ଅଭିଯାନ..

ସରକାର ଭଙ୍ଗା ଅଭିଯାନ..
Share on FacebookShare on Xshare on Whatsappshare on Linkedin
ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୧୪ ସେପ୍ଟେମ୍ବର ୨୦୨୨

ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାରକୁ ଭାଙ୍ଗିବାକୁ ବିଜେପି ଉଦ୍ୟମ କରୁଛି ବୋଲି ଆପ୍ ଅଭିଯୋଗ କରିଛି । କିଛି ଦିନ ପୂର୍ବରୁ ମଧ୍ୟ ଦିଲ୍ଲୀରେ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଥିବା ନେଇ ଆପ୍ ଅଭିଯୋଗ କରିଥିଲା । ମାତ୍ର ତାହା ସଫଳ ହେଲାନାହିଁ ବୋଲି ଆପ୍ ର ନେତାମାନେ ଗଣମାଧ୍ୟମ ଆଗରେ ବୟାନ ରଖିଥିଲେ । ଏପରିକି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ତାର ସଂଖ୍ୟାଗରିଷ୍ଠତାର ପ୍ରମାଣ ମଧ୍ୟ ଦେବାକୁ ପଡିଲା ବିଧାନ ସଭାରେ ।

ବିହାରରେ ମଧ୍ୟ ଜେଡ଼ିୟୁ ଓ ବିଜେପି ସରକାର ଭାଙ୍ଗିଯିବା ପରେ ଜେଡ଼ିୟୁ ନେତାଙ୍କର ମଧ୍ୟ ସମାନ ଅଭିଯୋଗ ଥିଲା ଯେ ବିଜେପି ବିହାରରେ ଜେଡ଼ିୟୁର ବିଧାୟକ ମାନଙ୍କୁ କିଣିବାକୁ ଉଦ୍ୟମ କରିଥିଲା କିଛି ନେତାଙ୍କ ମାଧ୍ୟମରେ । ତେବେ ଜେଡ଼ିୟୁ ଏହା ଜାଣିବା ପରେ ବିଜେପି ସହ ସମ୍ପର୍କ ଛିନ୍ନ କରି ଆରଜେଡ଼ି ଓ କଂଗ୍ରେସ ସହ ମିଶି ସରକାର ଗଠନ କଲା । ବିଜେପି ବିରୋଧରେ ସରକାର ଭଙ୍ଗା ଅଭିଯୋଗକୁ ବିଶ୍ୱାସ କରାଯିବ ନା ନାହିଁ । ଯଦି ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ର ସରକାରକୁ ଭାଙ୍ଗି ବିଜେପି ନୂଆ ସରକାର ଗଠନ ପ୍ରକ୍ରିୟାକୁ ତର୍ଜମା କରାଯାଏ ତେବେ ବିଜେପି ବିରୋଧରେ ଆସୁଥିବା ଏହି ଅଭିଯୋଗକୁ ସତ ବୋଲି ଧରିନେବାକୁ ପଡିବ ।

ମହାରାଷ୍ଟ୍ରରେ “ଅପରେସନ୍ ଲୋଟସ୍” ସଫଳ ହେବା ପରେ ବିହାର ଓ ଦିଲ୍ଲୀରେ ଏହା ବିଫଳ ସାବ୍ୟସ୍ତ ହୋଇଛି । ନୀତିଶ୍ କୁମାର ଓ ଅରବିନ୍ଦ କେଜିରୀୱାଲ ବିଜେପିର ଏହି ଅଭିଯାନ ଉପରେ ରୋକ୍ ଲଗାଇଛନ୍ତି । ପୂର୍ବରୁ ଯଦି ଦେଖାଯାଏ, ବିଜେପିର “ଅପରେସନ୍ ଲୋଟସ୍” ସଫଳ ହୋଇଥିବା ରାଜ୍ୟ ମଧ୍ୟରେ ରହିଛି, ମଣିପୁର, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଆଦି ରାଜ୍ୟ । ଏହି ରାଜ୍ୟ ଗୁଡିକରେ ବିଜେପି ର ନିଜର ସଂଖ୍ୟା ନଥାଇ ସରକାର ଗଠନ କରିବାରେ ସଫଳ ହୋଇଛି । ଏଣୁ ବିଜେପିର ଏଭଳି ସରକାର ଭାଙ୍ଗିବା ଓ ଗଢ଼ିବା ଉଦ୍ୟମ ଏବେ ଅନ୍ୟ ରାଜନୈତିକ ଦଳ ଗୁଡ଼ିକୁ ଚିନ୍ତାରେ ପକାଇ ଦେଇଛି । କୌଣସି ସମୟରେ ମଧ୍ୟ ଯେ କୌଣସି ରାଜ୍ୟରେ ବିଜେପି ଆବଶ୍ୟକ ସଂଖ୍ୟକ ବିଧାୟକ ନଥିଲେ ମଧ୍ୟ ସରକାର ଗଢ଼ିପାରିବ ତାହା ଏବେ ପ୍ରମାଣିତ ହୋଇଯାଇଛି । ଏପରିକି ବିଜେପିର ନଜର ପଶ୍ଚିମବଙ୍ଗ ଉପରେ ରହିଥିବା କଥା ନେଇ ସରକାର ରେ ଥିବା ଟିଏମ୍ ସି ର ନେତା ମାନେ ମଧ୍ୟ ବାରମ୍ବାର କହି ଆସୁଛନ୍ତି ।

ରାଜନୈତିକ ଅସ୍ଥିରତା ତିଆରି କରିବା ଅବା କ୍ଷମତା ଦଖଲ କରିବାର ଉଦ୍ଦେଶ୍ୟ ନେଇ ବିଜେପି ଏହା କରିଚାଲିଛି । ଦେଶର ପ୍ରମୁଖ ବିରୋଧି ଦଳ କଂଗ୍ରେସ ଅଧିକ ଭାବେ ବିଜେପିର ଶିକାର ହୋଇଛି । ଗୋଆ, ମଣିପୁର ମଧ୍ୟପ୍ରଦେଶ ଭଳି ରାଜ୍ୟରେ କଂଗ୍ରେସକୁ କ୍ଷମତାରୁ ବେଦଖଲ କରିବା ବିଜେପି ପାଇଁ ସହଜ ହୋଇଥିଲା । ଏବେ ଆଉ କିଛି ରାଜନୈତିକ ଦଳକୁ ବିଜେପି ନିଜ ଟାର୍ଗେଟରେ ରଖିଛି । ପଞ୍ଜାବରେ ଅକାଳି ଦଳ, ମହାରାଷ୍ଟ୍ରରେ ଶିବସେନା, ତାମିଲନାଡୁରେ ଏଆଇଏଡିଏମକେ ଦଳର ବିଭାଜନ କରିବା ରେ ମଧ୍ୟ ବିଜେପିର ସାମର୍ଥ୍ୟ ପ୍ରମାଣିତ ହୋଇଛି । ଯେଉଁମାନେ ବିଜେପିର ଏକଦା ଘନିଷ୍ଠ ସହଯୋଗୀ ଥିଲେ ସେମାନଙ୍କୁ ବିଜେପି ମଧ୍ୟ ଭାଙ୍ଗିବା ପାଇଁ କୁଣ୍ଠା ପ୍ରକାଶ କରିନାହିଁ । ବିଜେପି ବିରୋଧରେ ଶକ୍ତିଶାଳୀ ହୋଇଥିବା ରାଜନୈତିକ ଦଳ ଉପରେ ବିଜେପିର ନଜର ସବୁବେଳେ ରହିଛି । ପୂର୍ବ ଭାରତର ବହୁ ରାଜ୍ୟ ଉପରେ ବିଜେପି ନିଜର କାୟା ବିସ୍ତାର କରିସାରିବା ପରେ ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଆଖି ରଖିଛି । ଆଗକୁ ମଧ୍ୟ ଏହି ଦୁଇ ରାଜ୍ୟ ଦଖଲ କରିବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଉଥିବା କଥା ବିଜେପିର ଅନ୍ଦର ମହଲରୁ ଶୁଣିବାକୁ ମିଳୁଛି । ବିଜେପିର ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଏବେ ବିଜେପି ଠିକଣା ସମୟରେ ଠିକ୍ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାପାଇଁ ଅଣ୍ଟା ଭିଡି ସାରିଲାଣି । ଦଳୀୟ ପ୍ଲାନ ମୁତାବକ ଓଡ଼ିଶାର ଶାସନ କ୍ଷମତାରେ ଥିବା ବିଜେଡ଼ିର ବହୁ ନେତା ବିଭିନ୍ନ ଦୁର୍ନୀତି ସହ ଜଡିତ ଅଛନ୍ତି, ସେମାନଙ୍କ ଉପରେ ବିଜେପିର ନଜର । ଏପରିକି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଧିକ ଏମପି ଓ ଏମ୍ଏଲ୍ଏ ସିଟ୍ ଜିତିବା ପାଇଁ ବିଜେପି ନିଜକୁ ପ୍ରସ୍ତୁତ କରୁଛି । ନୂଆ ପ୍ରଭାରୀ ଆସିବା ପରେ ବିଜେପିର ଓଡ଼ିଶା ପାଇଁ ଅଙ୍କ କଷା ଆରମ୍ଭ ହୋଇଛି । ଗୁରୁତ୍ୱପୁର୍ଣ କଥା ହେଉଛି ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରଭାରୀ ଦା ୟିତ୍ୱ ଜଣଙ୍କ ହାତରେ ଦିଆ ଯାଇଛି ।

ଯଦି ବିଜେପି ଅନ୍ୟ ରାଜ୍ୟ ଭଳି ଏଥର ଅପରେସନ୍ ଲୋଟସ୍ କୁ କାର୍ଯ୍ୟକାରୀ କରିବାକୁ ଚାହେଁ ତାହା ଓଡ଼ିଶାରେ ସଫଳ ହେବ କି ? ବିଜେଡ଼ିର କିଛି ଅସନ୍ତୁଷ୍ଟ ତଥା ନିକଟରେ ମନ୍ତ୍ରୀ ମଣ୍ଡଳ ରୁ ବିଦା ହୋଇଥିବା ନେତା ବିଜେପି ସହ ସମ୍ପର୍କ ରଖିଥିବା କଥା ଯଦି ସତ ହୁଏ ତେବେ ବିଜେପିର ଏହି ଅଭିଯାନକୁ ବିଜେଡ଼ି ଅଟକାଇ ପାରିବ କି ?

Nirvik Bureau

Nirvik Bureau

Related Posts

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …
Politics

ଓଡ଼ିଶାରେ ବିଦେଶୀ ପୁଞ୍ଜି : ଘୋଷଣା ଅଧିକ ନିବେଶ କମ୍ …

by Nirvik Bureau
September 25, 2026

ବ୍ୟୁରୋ ରିପୋର୍ଟ, ନିର୍ଭୀକ, ୨୫ ସେପ୍ଟେମ୍ବର ୨୦୨୬ ଓଡ଼ିଶା ଏବେ ନିବେଶର ରାଜ୍ୟ ହେବାର ସ୍ୱପ୍ନ ଦେଖୁଛି। ସରକାର ପରେ ସରକାର ଦେଶ-ବିଦେଶରେ ରୋଡ୍‌ଶୋ କରୁଛନ୍ତି, ଶିଳ୍ପପତିଙ୍କୁ...

Read more
ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

ଖଣିରେ କାହାର ଅଧିକାର : ଦିଲ୍ଲୀର ଆଇନ, ଓଡ଼ିଶାର ହକ୍…

September 16, 2026
ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

ହେଲିକପ୍ଟର ମାମଲା ଖାରଜ: ପାଣ୍ଡିଆନଙ୍କୁ କ୍ଲିନ୍ ଚିଟ୍ କି ?

September 6, 2026
ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

ପଶ୍ଚିମରୁ ଦକ୍ଷିଣ: ରାଜ୍ୟ ବିଜେପିରେ ବଢୁଛି କ୍ଷମତା କନ୍ଦଳ…

September 3, 2026
ବାବୁଙ୍କ ପାଇଁ ବଦନାମ୍…

ବାବୁଙ୍କ ପାଇଁ ବଦନାମ୍…

August 17, 2026
କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

କାଠଗଡ଼ାରେ ଡିଜିପି ନିଯୁକ୍ତି: ଜବାବ ଦେବ କିଏ ?

August 15, 2026
  • About
  • Contact

© 2022 www.thenirvik.com.

No Result
View All Result
  • Home
  • Politics
  • Satire
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2022 www.thenirvik.com.